Abstract
Indian Journal of Modern Research and Reviews, 2026; 4(10): 142-147
ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ପ୍ରେକ୍ଷାପଟରେ ଲୋକ ଉପକରଣ ଗୁଡିକର ଚର୍ଚ୍ଚା
Author Name: Dr. Lipsarani Sahoo
Abstract
<p>ଓଡ଼ିଶାର ଲୋକସଂସ୍କୃତି ଏହାର ଦୀର୍ଘ ଐତିହାସିକ ବିକାଶ, ଭୌଗୋଳିକ ବିବିଧତା ଏବଂ ବହୁଜାତିକ ସାମାଜିକ ଗଠନ ଫଳସ୍ବରୂପ ଏକ ସ୍ବତନ୍ତ୍ର ସାଂସ୍କୃତିକ ପରିସର ଗଠନ କରିଛି। ଏହି ସାଂସ୍କୃତିକ ପରିସରରେ ଲୋକଉପକରଣ କେବଳ ଉପଯୋଗିତାମୂଳକ ବସ୍ତୁ ନୁହେଁ; ବରଂ ସେଗୁଡ଼ିକ ଜ୍ଞାନ, ପରମ୍ପରା, ପ୍ରଯୁକ୍ତି, ସାମାଜିକ ସମ୍ପର୍କ ଏବଂ ସାଂସ୍କୃତିକ ପ୍ରତୀକର ବାହକ। ଓଡ଼ିଶାର ଲୋକଜୀବନ ତାହାର ଭୌଗୋଳିକ ବିବିଧତା, ଜନଜାତୀୟ ପରମ୍ପରା, କୃଷିଭିତ୍ତିକ ଅର୍ଥନୀତି, ଧାର୍ମିକ ବିଶ୍ବାସ, ପର୍ବପର୍ବାଣି ଓ ଦୈନନ୍ଦିନ ଜୀବନଚର୍ଯ୍ୟା ସହିତ ଅତ୍ୟନ୍ତ ଘନିଷ୍ଠ ଭାବରେ ସମ୍ପୃକ୍ତ। ଏହି ଲୋକଜୀବନର ଏକ ଅବିଚ୍ଛିନ୍ନ ଅଂଶ ହେଉଛି ଲୋକଉପକରଣ। ଲୋକଉପକରଣ କେବଳ ଜୀବନଯାପନର ସାଧନ ନୁହେଁ; ଏହା ଏକ ସମାଜର ଜ୍ଞାନ, ଅଭିଜ୍ଞତା, ଶ୍ରମ-ସଂସ୍କୃତି, ନନ୍ଦନବୋଧ, ପ୍ରତୀକଚେତନା ଓ ସାମୂହିକ ସ୍ମୃତିର ଦୃଶ୍ୟମାନ ଅଭିବ୍ୟକ୍ତି। ହଳ, ବୁଲା, ଡାଲା, ଝୁଡ଼ି, ମାଟିହାଣ୍ଡି, ଶିଳପୁଆ, କାଠ ଓ ବାଉଁଶ ନିର୍ମିତ ବିଭିନ୍ନ ସାମଗ୍ରୀ, ମାଛଧରା ଉପକରଣ, ବୁଣାକାମ ସାଧନ ଏବଂ ବିଭିନ୍ନ ଲୋକବାଦ୍ୟ ଆଦି ଓଡ଼ିଶାର ସାମାଜିକ-ସାଂସ୍କୃତିକ<em> </em>ଇତିହାସର<em> </em>ଜୀବନ୍ତ<em> </em>ଦଲିଲ।</p>
Keywords
ଲୋକସଂସ୍କୃତି, ଲୋକପକରଣ, ଓଡ଼ିଶା, ଲୋକଉପାଦାନ
