ସମୟକ୍ରମେ ଓଡ଼ିଆ ଭାଷା ସାହିତ୍ୟକୁ ବିଭିନ୍ନ ଲୋକମାନଙ୍କର ଅବଦାନ ରହିଆସୁଛି । ଏହି ଅବଦାନରେ ଆଇନଜୀବୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଲୋକ ଚରିତ୍ର, ଆଇନ୍ ସଂହିତା, ସମାଜ ଚଳଣିକୁ ନିଜର ଦୃଷ୍ଟିଭଙ୍ଗୀରେ ବିଚାର ବିଶ୍ଳେଷଣ କରି ତାକୁ ସାହିତ୍ୟରେ ରୂପ ଦେବାରେ ଏମାନେ କେବେ ଆପଣାର ଇଚ୍ଛାକୁ ବିରୋଧ କରି ନାହାନ୍ତି । ଲୋକନ୍ୟାୟ ଦେବା ସହିତ ସମାଜରେ ଯେତେବେଳେ ଯେଉଁଠି ଯେଉଁ ପ୍ରକାରର ଘଟଣା ଘଟିଥାଏ ଏବଂ ତାକୁ ସାହିତ୍ୟରେ ରୂପ ଦେବାର ଆବଶ୍ୟକ ରହିଥାଏ ସେଠି ମଧ୍ୟ ଏମାନେ ନିଜର ଲେଖା ମାଧ୍ୟମରେ ସାମାଜକୁ ନ୍ୟାୟ ଦେବା ବା ସଚେତନ କରାଇବାରେ ଶତଚେଷ୍ଟା କରିଥାନ୍ତି । ସଂଶ୍ଳିଷ୍ଟ ପ୍ରବନ୍ଧରେ ଓଡ଼ିଆ ସାହିତ୍ୟକୁ ଆଇନଜୀବୀମାନଙ୍କର ଅବଦାନ ସଂପର୍କରେ ଆଲୋଚନା କରାଯାଇଛି । ଆଇନ୍ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ରହି ମଧ୍ୟ ଓଡିଆ ଭାଷା ସାହିତ୍ୟ ପ୍ରତି ସେମାନଙ୍କର ଅବଦାନ ବାସ୍ତବରେ ପ୍ରଶଂସନୀୟ ।
ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ, ଆଇନଜୀବୀ, ସାହିତ୍ୟିକ ଅବଦାନ, ସାମାଜିକ ନ୍ୟାୟ।
ଡକ୍ଟର ମେନନ ସାହୁ. ଓଡ଼ିଆ ଭାଷା ଓ ସାହିତ୍ୟକୁ ଆଇନଜୀବୀଙ୍କ ଅବଦାନ. Indian Journal of Modern Research and Reviews. 2026; 4(10):207-212
Download PDF