editor.mrrjournal@gmail.com +91-9650568176 E-ISSN: 2584-184X
Submit Paper

MRR

  • Home
  • About Us
    • INDEXING
    • JOURNAL POLIICY
    • PLAGIARISM POLICY
    • PEER REVIEW POLICY
    • OPEN ACCESS POLICY
    • PUBLICATION ETHICS
    • PRIVACY STATEMENT
  • Editorial Board
  • Publication Info
    • Article Submission
    • Submission Guidelines
    • Publication Ethics
    • Journal Policies
    • Aim and Scope
  • Articles & Issues
    • Current Issue
    • Archives
  • Authors Instruction
  • Contact

MRR Journal

Indian Journal of Modern Research and Reviews, 2026; 4(3):386-391

ପ୍ରକୃତିର ନୈସର୍ଗିକ ଆରାଧନା: କନ୍ଧମାଳର କୁଇ ଆଦିବାସୀଙ୍କ ଦାର୍ନିପେନୁ ପୂଜା- ଏକ ଅନ୍ୱେଷଣ ଓ ଅଧ୍ୟୟନ

Authors: ସାହିଲ କୁମାର ନାୟକ; ଡ଼. ସୁଚିତ୍ରା ମହାନ୍ତି;

1. ଅତିଥି ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ରାଉରକେଲା, ଓଡ଼ିଶା, ଭାରତ

2. ଅଧ୍ୟାପିକା, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉଲକେଲା, ଓଡ଼ିଶା, ଭାରତ

Paper Type: Research Paper
Article Information
Received: 2026-02-21   |   Accepted: 2026-03-23   |   Published: 2026-03-30
Abstract

ପ୍ରକୃତି ଓ ମଣିଷର ଅବିଚ୍ଛେଦ୍ୟ ସମ୍ପର୍କ ହିଁ ଆଦିବାସୀ ଜୀବନଦର୍ଶନର ମୂଳମନ୍ତ୍ର, ଯେଉଁଠି ଅରଣ୍ୟର ନିସ୍ତବ୍ଧତା ମଧ୍ୟରେ ସ୍ପନ୍ଦିତ ହୁଏ ବିଶ୍ୱବ୍ରହ୍ମାଣ୍ଡର ଆଦିମ ସ୍ୱର । ଓଡ଼ିଶାର ଶ୍ୟାମଳ ଶୋଭାମୟୀ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା କୁଇ ବା କନ୍ଧ ଜନଜାତିର ପାରମ୍ପରିକ ଜୀବନବୋଧରେ ‘ଦାର୍ନିପେନୁ’ ବା ଧରିତ୍ରୀ ମାତାଙ୍କ ଆରାଧନା ଏକ ଅନନ୍ୟ ବିଭବ । ଏହା ଏକ ସମ୍ପ୍ରଦାୟର ପାରମ୍ପରିକ ପର୍ବ ମାତ୍ର ନୁହେଁ, ଏହା ହେଉଛି ଧରିତ୍ରୀ ସହ ମାନବୀୟ ଚେତନାର ଏକ ଆଧ୍ୟାତ୍ମିକ ଅନୁବନ୍ଧ l ଏହି ଗବେଷଣାତ୍ମକ ପ୍ରବନ୍ଧରେ କୁଇ ଜନଜାତିଙ୍କ ପ୍ରକୃତି-କୈନ୍ଦ୍ରିକ ଚେତନା ଏବଂ ସେମାନଙ୍କର ନୈସର୍ଗିକ ବିଶ୍ୱାସର ପ୍ରତିଫଳନ ସ୍ୱରୂପ ‘ଦାର୍ନିପେନୁ’ ପୂଜାର ବିଧିବିଧାନ, ସାମାଜିକ ଗୁରୁତ୍ୱ ଓ ସାଂସ୍କୃତିକ ପୃଷ୍ଠଭୂମିକୁ ସୂକ୍ଷ୍ମ ଭାବେ ବିଶ୍ଳେଷଣ କରାଯାଇଛି। କନ୍ଧ ସଂସ୍କୃତିରେ ଧରଣୀ କେବଳ ଏକ ଶସ୍ୟଦାୟିନୀ ମାଟି ନୁହେଁ, ବରଂ ଜୀବନ ଓ ସୃଷ୍ଟିର ମୂଳ ଆଧାର – ଏକ ଜୀବନ୍ତ ଦୈବୀ ଶକ୍ତି। ଝଙ୍କାର, ଜାନି ବା ଦାର୍ନି ଆବାଙ୍କ ମନ୍ତ୍ରୋଚ୍ଚାରଣ, ମହୁଲ ମଦିରାର ବାସ୍ନା ସହ ଢୋଲ-ମହୁରୀର ଗମ୍ଭୀର ନାଦ ମଧ୍ୟରେ ପ୍ରକୃତି ଓ ମାନବର ଯେଉଁ ମଧୁର ସମ୍ମିଳନ ଘଟେ, ତାହା ଆଜିର ଯନ୍ତ୍ରଭିତ୍ତିକ ସଭ୍ୟତା ପାଇଁ ପରିବେଶ ସୁରକ୍ଷାର ଏକ ପ୍ରେରଣାଦାୟୀ ବାର୍ତ୍ତା ସୃଷ୍ଟି କରେ । ସାମୂହିକ ଏକତା, ପୂର୍ବପୁରୁଷଙ୍କ ସ୍ମୃତି ଏବଂ ମାଟି ପ୍ରତି ଥିବା ଅନାବିଳ ଭକ୍ତି କିଭଳି କନ୍ଧ ସଂସ୍କୃତିର ପରିଚୟକୁ ସମୃଦ୍ଧ କରିଛି, ତାହା ଏହି ପ୍ରବନ୍ଧର ମୁଖ୍ୟ ପ୍ରତିପାଦ୍ୟ । ଶେଷରେ, ସାମ୍ପ୍ରତିକ ପରିବେଶ ସଙ୍କଟ ସମୟରେ ଆଦିବାସୀଙ୍କ ଏହି ପ୍ରକୃତି-ପୂଜାର ପ୍ରାସଙ୍ଗିକତା ଏବଂ ଏହାର ସଂରକ୍ଷଣର ଆବଶ୍ୟକତା ଉପରେ ଏକ ମୌଳିକ ଆଲୋକପାତ କରାଯାଇଛି, ଯାହା ଓଡ଼ିଶାର ଲୋକ-ସଂସ୍କୃତି ବା ଆଦିବାସୀ ସଂସ୍କୃତି ଗବେଷଣା କ୍ଷେତ୍ରରେ ଏକ ବିନମ୍ର ବୌଦ୍ଧିକ ପ୍ରୟାସ।

Keywords

କନ୍ଧ, କୁଇସଂସ୍କୃତି, ଦାର୍ନିପେନୁ ପୂଜା, କନ୍ଧମାଳ, ଆଦିବାସୀ ପରମ୍ପରା, ଲୋକାଚାର, ଲୋକପ୍ରଥା

How to Cite

. ପ୍ରକୃତିର ନୈସର୍ଗିକ ଆରାଧନା: କନ୍ଧମାଳର କୁଇ ଆଦିବାସୀଙ୍କ ଦାର୍ନିପେନୁ ପୂଜା- ଏକ ଅନ୍ୱେଷଣ ଓ ଅଧ୍ୟୟନ. Indian Journal of Modern Research and Reviews. 2026; 4(3):386-391

Download PDF

Useful Links

  • Home
  • About us
  • Editorial Board
  • Current Issue
  • All Issues
  • Submit Paper

Indexing

MRR

Contact Us

Phone: +91-9650568176
Email: editor.mrrjournal@gmail.com | editor.mrrjournal@gmail.com

© Copyright MRR 2023. All Rights Reserved