ଈଶ୍ୱର ଦ୍ଵାହି ଦେଇ ଯେତେବେଳେ ପୁରାକାଳର ମଣିଷ ଗୁଡ଼ାଏ ଅନ୍ଧବିଶ୍ୱାସକୁ ଆଦରି ଥିଲା। ଈଶ୍ୱର ଚାହିଁଲେ ଅସମ୍ଭବ ବି ସମ୍ଭବ ହୋଇଯିବ, ସେ କୋପକଲେ ସୃଷ୍ଟି ଧ୍ଵଂସ ପାଇଯିବ, ଏହି ବିଶ୍ୱାସରେ ବଞ୍ଚୁଥିବା ମଣିଷ ସମାଜର ଉଚ୍ଚଶ୍ରେଣୀଦ୍ଵାରା ଶୋଷଣର ଶିକାର ହେବା ଫଳରେ, ସମାଜରେ ଧନୀ -ଗରିବ, ଉଚ୍ଚ -ନୀଚ, ନାରୀ -ପୁରୁଷର ଭେଦାଭେଦ ସୃଷ୍ଟି ହେଲା। ସମାଜ କୁସଂସ୍କାର ବଶବର୍ତ୍ତୀ ହେବା ଦ୍ଵାରା ନାରୀଟି ନିଜକୁ ସମ୍ପୂର୍ଣ ଅସହାୟ ମନେକରୁଥିଲା। ଏହିଭଳି ସମୟରେ ସମାଜରେ ନାରୀଟି ଯେତେବେଳେ ଘରକୋଣରେ ଆବଦ୍ଧ ହୋଇରହୁଥିଲା, ଶ୍ରୀମତୀ ରେବା ରାୟ ସେହି ସମାଜରୁ ନିଜକୁ ମୁକୁଳାଇ ସମାଜର କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଖାତିର ନ କରି ପାଠ ପଢିବା ସହ ଅନ୍ୟ ନାରୀମାନଙ୍କର ଶିକ୍ଷିତ ହେବାକୁ ଗୁରୁତ୍ୱ ଦେଇଥିଲେ। ତତସହିତ ସଂସ୍କୃତି, ସାହିତ୍ୟ ଓ ନାରୀଶିକ୍ଷାର ପ୍ରସାରପାଇଁ ୧୮୯୨ମସିହାରେ’ଆଶା’ ନାମରେ ଏକ ପତ୍ରିକାର ସମ୍ପାଦନା କରିଥିଲେ। ଯାହା ଓଡ଼ିଆ ସାହିତ୍ୟରେ ନାରୀ ସଂପାଦିତ ଓ ନାରୀକୈନ୍ଦ୍ରିକ ପ୍ରଥମ ପତ୍ରିକା। ଏହି ପତ୍ରିକାରେ ନାରୀ ଶିକ୍ଷା ସହ ନାରୀର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସୂତ୍ର ପ୍ରବନ୍ଧ ମାଧ୍ୟମରେ ଉପସ୍ଥାପନ କରାଯାଉଥିଲା। ଏହି ପ୍ରବନ୍ଧରେ ପ୍ରଥମ ନାରୀ କୈନ୍ଦ୍ରିକ ପତ୍ରିକା ‘ଆଶା’ ଓ ଏହାର ସମ୍ପାଦିକା ରେବା ରାୟଙ୍କ ମୌଳିକ, ଯୁକ୍ତିନିଷ୍ଠ ଓ ସ୍ୱାଧୀନଚେତା ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରାଯିବ ।
ପତ୍ରିକା, ଆଶା, ରେବା ରାୟ,, ନବଜାଗରଣ, ସ୍ତ୍ରୀ ଶିକ୍ଷା, ସ୍ୱାଧୀନତା, ସମାନତା, ଓଡ଼ିଶା, ସାମାଜିକ, ସାଂସ୍କୃତିକ, ରାଜନୈତିକ,ଧାର୍ମିକ, ସାହିତ୍ୟିକ।
. ଓଡ଼ିଶାର ପ୍ରଥମ ନାରୀ କୈନ୍ଦ୍ରିକ ଓ ସଂପାଦିତ ପତ୍ରିକା’ ଆଶା’ ଓ ରେବା ରାୟ. Indian Journal of Modern Research and Reviews. 2025; 3(1):51-53
Download PDF